Latest Odisha News

BREAKING NEWS

ଖୁଦୁରୁକୁଣୀ ଓଷା ହେଲା କାଳ, ଭାସିଗଲେ ୪ ନାବାଳିକା

ନୟାଗଡ: ଖୁଦୁରୁକୁଣୀ ପାଇଁ ନଦୀରେ ଗାଧୋଇବା ହେଲା କାଳ । ବନ୍ୟା ଜଳରେ ଭାସିଗଲେ ୪ ନାବାଳିକା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନିକଟ ଟାକରା ପଂଚାୟତ ବୁରୁ ସାହିର ବୃତ୍ତଙ୍ଗ ନଦୀରେ ଘଟିଛି ଏଭଳି ଘଟଣା ।

ଖୁଦୁରୁକୁଣୀ ଓଷା ପାଇଁ ଏହି ନଦୀକୁ ୪ ଜଣ ନାବାଳିକା ଗାଧୋଇବାକୁ ଯାଇ ଭାସିଯାଇଥିଲେ । ତେବେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ୧୩ ବର୍ଷୀୟ ଶ୍ରଦ୍ଧାଂଜଳି ମାଝୀ । ନଦୀରେ ବନ୍ୟା ଜଳ ପ୍ରାବାହିତ ହେଉଥିବାରୁ ନଦୀକୁ କେହି ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

Leave A Reply

Your email address will not be published.