Latest Odisha News

BREAKING NEWS

ଜେଇଇ ଓ ନେଟ୍ ପରୀକ୍ଷା ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ପରୀକ୍ଷା ପାଇଁ ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ରହଣୀ ପାଇଁ ୮ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ରହଣୀ କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ ନୀରିକ୍ଷକ ରହିବେ ବୋଲି ସୂଚନା ମିଳିଛି ।

ଏହା ବ୍ୟତିତ ପରୀକ୍ଷା ପାଇଁ ତ୍ରି-ସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତ ପରୀକ୍ଷା ସେଣ୍ଟରରେ ସରନିଟାଇଜିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ଆହୁରି ମଧ୍ୟ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ଅଟୋ-ରିକ୍ସା ମଧ୍ୟ ରହିବ ବୋଲି ଜଣାପଡିଛି ।

ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ।

Leave A Reply

Your email address will not be published.