Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ନାବାଳକ ମୃତ

କୋରାପୁଟ: ଶୁକ୍ରବାର ସକାଳୁ କୋରାପୁଟ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ନାବାଳକ । ମିଳିଥିବା ସୂଚନା ଅନୁସାରେ କୋରାପୁଟ ସ୍ଥିତ ପାଡୁଆ ଡାକବଙ୍ଗଳା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଗୋଟିଏ ବାଇକରେ ୪ ଜଣ ନାବାଳକ ଯାତ୍ରା କରୁଥିଲେ । ତେବେ ପାଡ଼ୁଆ ଡାକବଙ୍ଗଳା ନିକଟସ୍ଥ ୟୁଟର୍ନ ରେ ବାଇକଟି ବୁଲାଉଥିବା ସମୟରେ ଏହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଫଳରେ ବାଇକରେ ଥିବା ସମସ୍ତ ୪ ଜଣ ନାବାଳକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave A Reply

Your email address will not be published.