Latest Odisha News

BREAKING NEWS

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଆଲିୟାଙ୍କୁ ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ ଖାନ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଆଜି ନାହାନ୍ତି । କିନ୍ତୁ ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ୍ ସ୍ମୃତି ଆଇନାରେ ସାଇତା ରହିବ । ବହୁ ସୁପରହିଟ ଫିଲ୍ମର ଗୀତରେ ହିରୋ ହିରୋଇନୁ ନଚାଇଥିଲେ । ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟିଙ୍କୁ କୋରିଓଗ୍ରାଫ କରିଥିଲେ ସରୋଜ ଖାନ ।

ମିଷ୍ଟର ଇଣ୍ଡିଆ, ଚାନ୍ଦନୀ, ତେଜାବ, ବେଟା, ଦେବଦାସ ଭଳି ଅନେକ ଫିଲ୍ମରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି । ମାଧୁରୀ ଦୀକ୍ଷିତଙ୍କ ସୁପରହିଟ ଗୀତ ‘ଧକ୍ ଧକ୍ କରନେ ଲଗା’କୁ କୋରିଓଗ୍ରାଫ କରିଥିଲେ ସରୋଜ । ଫିଲ୍ମ ‘ବେଟା’ର ଏହି ଗୀତ ସେତେବେଳେ ଜବରଦସ୍ତ ହିଟ୍ ହୋଇଥିଲା । ତାପରଠୁ ମାଧୁରୀଙ୍କୁ ଦର୍ଶକ ଧକ୍ ଧକ୍ ଗର୍ଲ ଭାବରେ ଜାଣିଲେ ।

ଫିଲ୍ମ ‘କଳଙ୍କ’ର ଗୀତ ତବାହ ହୋ ଗୟେରେ ବି ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ । ଏହି ଗୀତରେ ବି ନଜର ଆସିଥିଲେ ମାଧୁରୀ । ଏହାସହ ଏହି ଫିଲ୍ମ ପାଇଁ ଆଲିୟା ଭଟ୍ଟଙ୍କ ଡ୍ୟାନ୍ସକୁ ବି କୋରିଓଗ୍ରାଫ କରିଥିଲେ । ‘ମିଷ୍ଟର ଇଣ୍ଡିଆ’ରେ ଶ୍ରୀଦେବୀଙ୍କ ପପୁଲାର ସଙ୍ଗ ହାଓ୍ୱା ହଓ୍ୱାଇ ସେତେବେଳେ ଦର୍ଶକଙ୍କ ଦିଲ ଜିତିଥିଲା । ଶ୍ରୀଦେବୀଙ୍କ ଗୋଟିଏ ଗୋଟିଏ ଡ୍ୟାନ୍ସ ଷ୍ଟେପକୁ ଆଜି ବି ଅନେକ ନକଲ କରନ୍ତି । ଏହି ଗୀତକୁ କୋରିଓଗ୍ରାଫ କରିଥିଲେ ସରୋଜ ।

୧୯୯୧ରେ ରିଲିଜ ‘ଥାନେଦାର’ର ହିଟ୍ ସଙ୍ଗ ତମ୍ମା ତମ୍ମା ଦେ ଦେକୁ କୋରିଓଗ୍ରାଫ କରିଥିଲେ ସରୋଜ ଖାନ । ୯୦ ଦଶକରେ ଏହି ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ ବର୍ତ୍ତମାନର ଯୁବପୀଢିଙ୍କ ଆକୃଷ୍ଟ କରୁଛି । ଶାହାରୁଖ ଖାନା, ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଦେବଦାସ’ରେ ବି କାମ କରିଛନ୍ତି ସରୋଜ । ଡୋଲାରେ ଡୋଲା ଗୀତରେ ସରୋଜ ମାଧୁରୀ ଓ ଐଶ୍ୱର୍ଯ୍ୟାଙ୍କ ଜରିଆରେ ଡ୍ୟାନ୍ସର ଜବରଦସ୍ତ ଫର୍ମ ଦେଖାଇଥିଲେ ।

କୋରିଓଗ୍ରାଫର ପୂର୍ବରୁ ସରୋଜ ଖାନ ୫୦ ଦଶକରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାମ କରୁଥିଲେ । ୧୯୭୪ରେ ରିଲିଜ ଫିଲ୍ମ ‘ଗୀତା ମେରା ନାମ’ରେ ସ୍ୱତନ୍ତ୍ର କୋରିଓଗ୍ରାଫର ଭାବରେ ସାମିଲ ହୋଇଥିଲେ ସରୋଜ । ତାପରଠୁ ଆଉ କେବେ ପଛକୁ ବୁଲି ଦେଖି ନାହାନ୍ତି ।

Leave A Reply

Your email address will not be published.