Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୩୬ ଗେଟ୍ ଖୋଲା

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ କମିଛି ବର୍ଷା ପରିମାଣ । ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।

ହୀରାକୁଦ ଡ୍ୟାର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ପତ୍ତନ ରହିଛି ୬୨୭.୨୯ ଫୁଟ୍ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୯୪ ହଜାର ୯୪ କ୍ୟୁସେକ୍ ପାଣି । ନିଷ୍କାସିତ ହେଉଛି ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ ବନ୍ୟା ଜଳ ।

ହୀରାକୁଦରୁ ବନ୍ୟା ପାଣି ଛାଡିବା ପରେ ମହାନଦୀ ଫୁଲିଛି । ନଦୀ ଅବବାହିକା ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜଳମଗ୍ନ ହୋଇଛି ତଳି ଅଞ୍ଚଳ ।

Leave A Reply

Your email address will not be published.