Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା; ହୋଟେଲ୍ ଲିଷ୍ଟ ଜାରି କଲା ବିଏମସି

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଲାଗି ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବା ବେଳେ ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ହୋଟେଲ୍ ଗୁଡିକୁ ନିବେଦନ କରାଯାଇଛି ।

ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ପରୀକ୍ଷା କେନ୍ଦ୍ର ନିକଟରେ ଥିବା ହୋଟେଲ ନାମ, ନଂ ଓ ସେମାନଙ୍କ ଭଡା ସମ୍ପର୍କରେ ଏକ ତାଲିକା ପ୍ରକାଶ କରାଯାଇଛି ।

ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ଜେଇଇ/ନେଟ୍ ପରୀକ୍ଷାର୍ଥୀ ମାନେ ଆବଶ୍ୟକସ୍ଥଳେ ନିମ୍ନଲିଖିତ ନଂରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.