Latest Odisha News

ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ

ନୟାଗଡ: ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି ।

ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ।

ଖଣ୍ଡପଡା ଓ ଭାପୁର ବ୍ଲକର ମାଣିତ୍ରୀ, ଫତେଗଡ ପଞ୍ଚାୟତର ମଣିପୁର ଗ୍ରାମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ଚାଷୀମାନଙ୍କର ଫସଲ ସବୁ ଉଜୁଡି ଯାଇଛି । ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ କି ଜନ ପ୍ରତିନିଧି ପହଞ୍ଚି ନ ଥିବା ପୂର୍ବତନ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ମଣିପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ସେପଟେ

ଲୋକମାନଙ୍କ ଗମନାଗମନ ସୁବିଧା ଲାଗି ଏସଆରସିଙ୍କ ତରଫରୁ ବୋଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଥିରେ କଣା ରହିଛି । ଫଳରେ ଏଥିରେ ଯାତାୟତ କରିବା ପାଇଁ ଲୋକେ ଡରୁଛନ୍ତି । ଡଙ୍ଗାରେ‌ ଥରକେ ୧୮ ଜଣ ବସିଯାଉଥିବା ବେଳେ ମାତ୍ର ୬ଟି ଲାଇଫ ଜାକେଟ ରହିଛି ଯାହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ ଏ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି । ଏଥି ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ସହ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.