Latest Odisha News

ହସ୍ପିଟାଲରେ ଟିକ୍ ଟକ୍ ନାଚ ଘଟଣା: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଟିକ୍ ଟିକ୍ ସୋସିଆଲ୍ ମିଡ଼ିଆ ଲାଗି ଯେଉଁ ୪ଜଣ ନର୍ସ ନାଚ କରୁଥିଲେ ସେମାନଙ୍କୁ ଗୁରୁବାର ଦିନ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ଏହି ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ତଦନ୍ତ ଅନୁଯାୟୀ ସତ୍ୟାସତ୍ୟକୁ ଦୃଷ୍ଟିରେ ରଖି ସଂପୃକ୍ତ ନର୍ସ ମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମାଲକାନଗିରି ସିଡ଼ିଏମଓ ।

ଡ଼ାକ୍ତରଖାନା ମଧ୍ୟରେ ଡ୍ୟୁଟି ସମୟରେ ଟିକ୍ ଟକ୍ ସୋସିଆଲ୍ ମିଡ଼ିଆ ଦ୍ୱାରା ଏକାଧିକ ଭିଡ଼ିଓ କ୍ଲିପ୍ ଭାଇରାଲ୍ କରାଯାଇଥିଲା । ଏହି ଭିଡ଼ିଓ କ୍ଲିପରେ ୪ ଜଣ ନର୍ସ ନାଚ କରିବା ସହିତ ଏକ ନବଜାତକ ଶିଶୁକୁ ମଧ୍ୟ ଧରି ଭିଡ଼ିଓ ସୁଟିଂ କରିଥିବାର ଦୃଶ୍ୟ ରହିଥିଲା । ଏହିସବୁ ଭିଡ଼ିଓର ପ୍ରଚ୍ଛଦପଟ୍ଟ ଗୀତ ରହିଥିବା ବେଳେ ଗୋଟିଏ ଶିଶୁକୁ ବିନା ଗ୍ଲୋଭସରେ ଜଣେ ନର୍ସ ଚୁମ୍ବନ ଦେଉଥିବାର ଦୃଶ୍ୟ ମଧ୍ୟ ରହିଛି । ଡ଼ାକ୍ତରଖାନାରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା କର୍ତ୍ତବ୍ୟରେ ଅବହେଳା କରି ସୋସିଆଲ୍ ମିଡ଼ିଆ ଲାଗି ସୁଟିଂ କରି ଭିଡ଼ିଓ ଭାଇରାଲ୍ କରିବା ପରେ ଏହି ଘଟଣା ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ଅଧିକ ପଢନ୍ତୁ: ଦେଖନ୍ତୁ: ଟିକ୍ ଟକ୍ ଲାଗି ଡ଼ାକ୍ତରଖାନାରେ ନାଚିଲେ ନର୍ସ୍

ଏହି ଘଟଣାକୁ ନେଇ ଗୁରୁବାର ଦିନ ସିଡ଼ିଏମଓ ସଂପୃକ୍ତ ନର୍ସମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.