Latest Odisha News

ବଲାଙ୍ଗୀର ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ବଲାଙ୍ଗୀର: ବେଶ କିଛିଦିନ ଧରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲା ବଲାଙ୍ଗୀରରେ ସକ୍ରିୟ ହୋଇଥିବା ବାଇକ୍ ଚୋରି ରାକେଟ୍ । ଏ ନେଇ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ହେଲେ ଶେଷରେ ବଲାଙ୍ଗୀର ପୋଲିସକୁ ମିଳିଛି ସଫଳତା । ବାଇକ ଚୋରି ରାକେଟର ପର୍ଦ୍ଦାଫାସ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ତୁଫାନ୍ ବାଗ୍ ।

ଜିଲ୍ଲାରେ ଚୋରି ହୋଇଥିବା ବାଇକ୍‌କୁ ପୋଲିସ ବିଭିନ୍ନ ସ୍ଥାନରୁ ଠାବ କରିଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ୧୧ଟି ବାଇକ୍ ସମେତ ଦୁଇଟି ପିକ୍ ଅପ୍ ଭ୍ୟାନ୍ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ଜେରାରୁ ଜଣାପଡିଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ବଲାଙ୍ଗୀର ଓ ଜଣେ ସୋନପୁର ବାସିନ୍ଦା ।

ଗତମାସ ୨୮ ତାରିଖରେ ଜଣେ ବ୍ୟକ୍ତି ଭୀମଭୋଇ ମେଡିକାଲ କ୍ୟାମ୍ପସରେ ଗାଡି ରଖି ଓପିଡିକୁ ଯାଇଥିଲେ । ହେଲେ ଫେରିବା ପରେ ତାଙ୍କ ଗାଡି ଉଭାନ୍ ହୋଇଥିବା ଦେଖି ସେ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଏହାପରେ ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ବାଇକ ଚୋରି ମାମଲାରେ ରିତେଶ ବେହେରା, ଭରତ ବାରିକ, ସନ୍ତୋଷ ବାରିକ, ସୁଜନ କୁମାର ସାହୁ ଓ ରୁକନା ଦୀପ ନାମକ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି ।

Leave A Reply

Your email address will not be published.