Latest Odisha News

ବଜ୍ରାଘାତରେ ୪ ମୃତ,୪ ଗୁରୁତର

ଭୁବନେଶ୍ବର: ବଜ୍ରାଘାତ ହେଲା କାଳ। ବଜ୍ରାଘାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଘଡିଛି ଏଭଳି ଅଭାବନୀୟ ଘଟଣା । ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତରେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । ଗୁରୁତର ବାପାକୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଘୁଆ ଗାଁରେ ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିହୋଇଛନ୍ତି।

ନୂଆପଡ଼ାଜିଲ୍ଲା ଖଡ଼ିଆଳରେ କିରିକିଟା ଗାଁରେ ବଜ୍ରାଘାତରେ ଜଣେ ବୃଦ୍ଧ ମୃତ, ଆଉ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୌଡ଼ପାଟଣା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦଶପଲ୍ଲାର ଗଣିଆ ଥାନା କେନ୍ଦୁପଲ୍ଲୀ ଗାଁରେ ବଜ୍ରାଘାତରେ ଜଳିଯାଇଛି ୪ ବଖରା ଘର ।

 

Comments are closed.