Latest Odisha News

BREAKING NEWS

ବିଶ୍ୱକପ ଖେଳିବା ଲାଗି ୪ ଜଣ ଓଡ଼ିଆ ଝିଅ ଭାରତୀୟ ଦଳରେ ସାମିଲ

ନୂଆଦିଲ୍ଲୀ: ଲଣ୍ଡନରେ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେଉଥିବା ମହିଳା ବିଶ୍ୱକପ ଲାଗି ୪ ଜଣ ଓଡ଼ିଆ ଖେଳାଳି ଭାରତୀୟ ବିଶ୍ୱକପ ମହିଳା ହକି ଦଳ ଲାଗି ମନୋନୀ ହୋଇଛନ୍ତି ।

ଲଣ୍ଡନ ବିଶ୍ୱକପ ଲାଗି ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଓଡ଼ିଆ ଖେଳାଳି ତଥା ଦକ୍ଷ ଡ଼ିଫେଣ୍ଡର ଦୀପ ଗ୍ରେସ ଏକ୍କା ଓ ସୁନୀତା ଲାକ୍ରା ଙ୍କ ସହିତ ଦକ୍ଷ ମିଡ଼ଫିଲ୍ଡର ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ ଏହି ଭାରତୀୟ ବିଶ୍ୱକପ ଦଳରେ ସାମିଲ୍ ହୋଇଛନ୍ତି ।

ଲଣ୍ଡନ ମହିଳା ବିଶ୍ୱକପ ହକିରେ ଭାଗ ନେଉଥିବା ୧୬ଟି ଦେଶ ଗୁଡ଼ିକ ହେଲେ ଆୟୋଜକ ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଭାରତ, ଇଟାଲି, ସ୍ପେନ, ବେଲଜିୟମ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ଜାପାନ, ଆୟାର୍ଲାଣ୍ଡ, ଆର୍ଜେଣ୍ଟିନା, ହଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ଭାରତ ୨୦୧୦ ବିଶ୍ୱକପ ଖେଳିଥିଲା ବେଳେ ୨୦୧୪ ବିଶ୍ୱକପ ଲାଗି ଯୋଗ୍ୟତା ଅର୍ଜନ କରି ପାରିନଥିଲା ।

Leave A Reply

Your email address will not be published.