Latest Odisha News

BREAKING NEWS

ଏସୀୟ କ୍ରୀଡ଼ା ଖେଳିବାକୁ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ଲାଗି ପୁଣି ଏକ ଖୁସିର ଖବର । ଓଡ଼ିଶାର ଉଦୀୟମାନ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଜିମ୍ନାଷ୍ଟିକ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଓଡ଼ିଆ ଯୁବକ ରାକେଶ ହେଉଛନ୍ତି ଏକମାତ୍ର ଭାରତୀୟ ଆର୍ଟିଷ୍ଟିକ ଜିମ୍ନାଷ୍ଟ ।

ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାଠାରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେଉଛି । ଏହି ଏସୀୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବ ଇଣ୍ଡୋନେସିଆର ୭୩ତମ ସ୍ୱାଧୀନତା ଦିବସରେ ଗୋଟିଏ ଦିନ ପରେ । ଏହି କ୍ରୀଡ଼ା ଉତ୍ସବ ୧୮ ଅଗଷ୍ଟରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଜାକର୍ତ୍ତାରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଏହି ଏସୀୟ କ୍ରୀଡ଼ା ଖେଳିବା ଲାଗି ପୂର୍ବରୁ ଓଡ଼ିଆ ଖେଳାଳି ଦୂତି ଚାନ୍ଦ, ଜଉନା ମୁର୍ମୁ ଆଥଲେଟିକ୍ସରେ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ମହିଳା ବ୍ୟାଡ଼ମିଣ୍ଟନରେ ଋତୁପର୍ଣ୍ଣା ପଣ୍ଡା ଭାରତୀୟ ଦଳରେ ସାମିଲ ହୋଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୀୟମାନ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ରଙ୍କୁ ଟ୍ୱିଟ୍ କରି ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

Leave A Reply

Your email address will not be published.