Latest Odisha News

ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ୪ ପୋଲିସ୍ କର୍ମଚାରୀ ନିଲମ୍ବିତ

ଅନୁଗୋଳ: ଗଞ୍ଜେଇ ଚୋରା ଚାଲାଣରେ ଅଭିଯୁକ୍ତଙ୍କୁ ସହଯୋଗ କରଥିବା ଅଭିଯୋଗରେ ୪ଜଣ ପୋଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ କାର୍ଯ୍ୟରତ ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନଷ୍ଟେବଲ ମନୋଜ ନାୟକ, ଲିଙ୍ଗରାଜ ମୁଦୁଲି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡ୍ରାଇଭର ଅଜିତ୍ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଆଇଜି ଉମାଶଙ୍କର ଦାସ ।

ସୂଚନା ଅନୁସାରେ, ବୌଦ୍ଧରୁ ଅନୁଗୋଳ ରାସ୍ତାପଟେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତ କରି ଗଞ୍ଜେଇ ବେପାରୀମାନେ ସୁବିଧାରେ ଗଞ୍ଜେଇ ଚାଲାଣ କରୁଥିଲେ । ପୂର୍ବରୁ ମଧ୍ୟ ଏହି ୪ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଡିଆଇଜି ଉମାଶଙ୍କର ଦାସ ଏନେଇ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ପ୍ରମାଣ ପାଇବା ପରେ ଏହି ୪ ଜଣଙ୍କୁ ସସପେଣ୍ଡ କରାଯାଇଛି।

Leave A Reply

Your email address will not be published.