Latest Odisha News

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଉଦଳା ଅଞ୍ଚଳରୁ ସାଢ଼େ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବାରିପଦା: ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ମୟୂରଭଞ୍ଜ ଜିଲ୍ଲା କପ୍ତାପଦା ଥାନା ପୋଲିସ । ଉଦଳା ଅଞ୍ଚଳରୁ ସାଢେ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗଞ୍ଜେଇ ମାଫିଆ ଶରତ ନାଏକଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷରୁ ଅଧିକ ଟଙ୍କା ହେବ । ଏହାସହ ଜବତ ହୋଇଛି ୪ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଦାମୀ କାର ।

ଉଦଳା ଓ କପ୍ତିପଦାରେ ଦୁଇ ସ୍ଥାନରେ ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରିଛି । ଉଦଳା ନୁଡୁଡ଼ିହାର କୟାଖୁଣ୍ଟା ଗାଁ ଅଞ୍ଚଳରେ ଜଣଙ୍କ ଘରୁ ୪ବସ୍ତା ଓ ଉଦଳା ଅଞ୍ଚଳରୁ ଜବତ ହୋଇଛି ୧୬ ବସ୍ତା ଗଞ୍ଜେଇ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଶରତ ଅନୁଗୁଳରୁ ଗଞ୍ଜେଇ ଆଣି ନିଜ ଘରେ ରଖୁଥିଲା । ପରେ କୋଲକାତା ଚାଲାଣ ପାଇଁ ଯୋଜନା ଥିଲା । ଦୀର୍ଘ ୬ମାସ ହେବ ତାଉପରେ ନଜର ରଖିଥିଲା ସ୍ପେଶାଲ୍ ସ୍କ୍ୱାଡ୍ । ଏହି ଟିମର ନେତୃତ୍ୱ ନେଉଥିଲେ କପ୍ତିପଦା ଥାନା ଅଧିକାରୀ ସଞ୍ଜୟ ପ୍ରଧାନ । ଶରଦକୁ ଟ୍ରାକ କରାଯାଉଥିଲା । ଗଞ୍ଜେଇ କାରବାରରେ ରାଜ୍ୟ ବାହାର ଲିଙ୍କ ନେଇ ଏବେ ଶରତକୁ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.