Latest Odisha News

BREAKING NEWS

ଡିଲ୍ ବେଳେ ବାଘ ଛାଲ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ବାଘ ଛାଲ ରାକେଟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପୁଣି ଦୁଇ ଜଣ ବାଘ ଛାଲ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ ଅଞ୍ଚଳରୁ ଜଣେ ଶିକାରୀ ଓ ସହଯୋଗୀଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ହଠାତ୍ ପହଞ୍ଚିଥିଲା ଏସଟିଏଫ୍ । ଘଟଣାସ୍ଥଳରୁ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଛି । ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି ଏସଟିଏଫ୍ । ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଓ କେଉଁ ଯାଏ ଲମ୍ବିଛି ଚେର, ସେନେଇ ଖୋଳତାଡ ଚାଲିଛି ।

Leave A Reply

Your email address will not be published.