Latest Odisha News

BREAKING NEWS

ଅବସରର ୯ ଦିନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଗଂଜାମ: କରୋନା ଯୁଦ୍ଧରେ ପୁଣି ବଳି ପଡିଲେ ଆଉ ଜଣେ ଯୋଦ୍ଧା । ପୁରୁଷୋତ୍ତମପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଟି. ବିଜୟଲଷ୍ମୀଙ୍କର କରୋନା ସଂକ୍ରମଣରେ ଗତକାଲି ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ବିଜୟଲଷ୍ମୀ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ନେଇଥାନ୍ତେ । ତେବେ ଏହାର ନଅ ଦିନ ପୂର୍ବ ଏହି ଅଘଟଣ ଘଟିଯାଇଛି । ସେ ଗତ କିଛି ଦିନ ହେଲା କରୋନା ଡ୍ୟୁଟିରେ ଘରକୁ ଘର ବୁଲି ସ୍କ୍ରିନିଂ କାମରେ ନିୟୋଜିତ ଥିଲେ । ତେବେ ଦୁଇ ଦିନ ହେଲା ତାଙ୍କୁ ଜ୍ୱର ହୋଇଥିଲା । ଗତକାଲି ସେ ଅଧିକ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ହୃଷୀକେଶ ମହନ୍ତ ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଜଣାଇବା ପରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ଆସିବା ପରେ ତାହା ପଜିଟିଭ୍ ଥିବା ଜଣାପଡିଥିଲା । ଏହା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବ ।

ଚାକିରୀ ଆଉ ୯ ଦିନରେ ସରିଥାନ୍ତି । ଅବସର ପରେ କଣ କରିବେ କଣ ନାହିଁ ସେ ନେଇ କେତେ ଯୋଜନା କରିଥିବେ ବିଜୟଲଷ୍ମୀ କିନ୍ତୁ ହଠାତ୍ ଏପରି ଦୁଃଖଦ ଘଟଣାରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.