Latest Odisha News

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ, ସେବାୟତଙ୍କୁ କରିଥିଲେ ଦୁର୍ବ୍ୟବହାର

ଭୁବନେଶ୍ୱର: ଶୁକ୍ରବାର କମିଶନରେଟ୍ ପୋଲିସ ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ଗିରଫ କରିଛି । ଭକ୍ତଙ୍କୁ ଦୁର୍ବ୍ୟବହାର, ଜୋର ଜବରଦସ୍ତି ଟଙ୍କା ଆଦାୟ ଓ ଅଳଙ୍କାର ଛଡ଼ାଇ ନେଇଯିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଗିରଫ ସେବାୟତ ମାନେ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଓ ପ୍ରକାଶ ବଟୁ । ୧୧ ବିଂଶ ଖ୍ରୀଷ୍ଟାଦ୍ଦର ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ଏହି ସେବାୟତ ମାନେ କୁଆଡ଼େ ଭକ୍ତଙ୍କୁ ଗାଳି ଗୁଳଜ କରିବା ସହ ଜୋର ଜବରଦସ୍ତି ଟଙ୍କା ଓ ଅଳଙ୍କାର ଛଡ଼ାଇ ନେଉଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସେବାୟତ ଅନେକ ସମୟରେ ଭକ୍ତଙ୍କୁ ମନ୍ଦିର ଭିତରେ ହଇରାଣ ହରକତ କରୁଥିଲେ । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Comments are closed.