Latest Odisha News

ଗଣେଶ ଭସାଣିରେ ଅଘଟଣ: ବୁଡିଗଲେ ୪ ଛାତ୍ର, ୨ ନିଖୋଜ

ବାରିପଦା: ବାରିପଦାରେ ବଡ ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି ।

ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ ଆସିଥିବା ସ୍ଥାନୀୟ ହଷ୍ଟେଲର ୪ଜଣ +୨ ଛାତ୍ର ନଦୀରେ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ଛାତ୍ର ନିଖୋଜ ଅଛନ୍ତି । ପ୍ରାୟ ୨ ଘଣ୍ଟା ହେଲାଣି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଏବେ ବି ସେମାନଙ୍କ ପତ୍ତା ମିଳିନି । ତେବେ ୪ ଜଣ ଯାକ ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ମିଳିଛି । ସେମାନେ ନିକଟସ୍ଥ ଘରୋଇ ହଷ୍ଟେଲରେ ରୁହନ୍ତି । ଭସାଣି ଦେଖିବା ପାଇଁ ଆସିଥିଲା ବେଳେ ଏଭଳି ଅଘଟଣ ଘଟିଛି ।

Comments are closed.