ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି ।
ଛତିଶଗଡ଼ରେ ମାଡୁଛି, ପଶ୍ଚିମରେ ବଢୁଛି
ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ନୂଆପଡ଼ା ଜିଲ୍ଲାକୁ ଚିନ୍ତା ବଢ଼ିଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୪ହଜାର ୧୭୪ ଆକ୍ରାନ୍ତ । ଏହି ସମୟରେ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି ୭୧ ସଂକ୍ରମିତ । ସେହିପରି ସୁନ୍ଦରଗଡ଼ରୁ ଆଉ ୭୫ ଜଣ ପଜିଟିଭ୍ ବାହାରିଛନ୍ତି । କଳାହାଣ୍ଡିରୁ ୨୯ ଓ ବରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୧୯ । ଆଜି ରାଜ୍ୟରୁ ମୋଟ୍ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ୪ଟି ଜିଲ୍ଲାରୁ କେବଳ ୧୯୪ ସଂକ୍ରମିତ ।
୪ଟି ଜିଲ୍ଲାରେ ବଢୁଛି ଆକ୍ଟିଭ୍ କେସ୍
ସେହିପରି ଏହି ୪ଟି ଜିଲ୍ଲାରେ ଆକ୍ଟିଭ୍ କେସ୍ ବି କ୍ରମାଗତ ବଢ଼ି ଚାଲିଛି । ରାଜ୍ୟରେ ଏବେ ୨୮ଶହ ୨୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ନୂଆପଡ଼ାରେ ଏହି ସଂଖ୍ୟା ୩୩୨, ସୁନ୍ଦରଗଡ଼ରେ ୩୦୭, କଳାହାଣ୍ଡିରେ ୨୪୩ ଓ ବରଗଡ଼ ଜିଲ୍ଲାରେ ରହିଛି ୨୨୦ଟି କରୋନା ସକ୍ରିୟ ମାମଲା । ଏହି ୪ ଜିଲ୍ଲାରେ କେବଳ ୧୧ଶହ ୨ଟି ଆକ୍ଟିଭ୍ କେସ୍ ରହିଛି ।
ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ସୀମାନ୍ତ ଜିଲ୍ଲାରେ ପଜିଟିଭ୍ କେସ୍ ବଢୁଛି । ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛି ପ୍ରଶାସନ । ଏହା ସହ ସମ୍ୱଲପୁର, ଝାରସୁଗୁଡ଼ା ଜିଲ୍ଲାରେ ବି ପୂର୍ବ ଅପେକ୍ଷା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଛି ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.