Latest Odisha News

BREAKING NEWS

କରୋନା ସଂକ୍ରମଣରେ ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି ଓଡ଼ିଶା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁଇ ମାସ ପରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ପାଞ୍ଚ ଶହ ମୁହାଁ ହେଲାଣି । ତେବେ ଭାରତରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ସବୁ ହସ୍ପିଟାଲ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅକ୍ସିଜେନ, ବେଡ୍ ବ୍ୟବସ୍ଥା ସହ ଆବଶ୍ୟକତା ଅନୁଯାୟୀ ମେଡ଼ିସିନ ଓ ଭେଣ୍ଟିଲେଣ୍ଟର ମହଜୁଦ ରଖିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୀମାବର୍ତ୍ତି ଜିଲ୍ଲାଗୁଡିକର ଜିଲାପାଳ ମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ବାହାର ରାଜ୍ୟକୁ ଯେଉଁମାନେ ଆସିବେ ସେମାନଙ୍କର ସ୍କିନିଂ କରାଯାଇ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ କୁହାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ଟିକାକରଣ ବ୍ୟାପକ ଭାବରେ ଚାଲିଛି । ଅଟୋ ଡ୍ରାଇଭର, ମାଂସ ବିକାଳୀ, ହୋଟେଲ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଛନ୍ତି ରାଜ୍ୟ ସରକାର । ଟିକା ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।

Leave A Reply

Your email address will not be published.