Latest Odisha News

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ

ଭୁବନେଶ୍ୱର: ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ବିଧାନସଭାରେ ଆଜି ଅଭାବନୀୟ ଘଟଣା ଘଟିଛି । ବିରୋଧୀ ବିଧାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫୋପାଡିଥିବା ଅଭିଯୋଗ ହୋଇଛି । ।ବିନା ଆଲୋଚନାରେ ଲୋକାୟୁକ୍ତ ବିଲ୍ ପାସ କରିଥିବାରୁ ଏହାକୁ ବିରୋଧ କରି ଚପଲ ଫିଙ୍ଗିଥିବା ଜଣାପଡିଛି ।

ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ଆସିଛି ।

କିନ୍ତୁ ବିଷ୍ଣୁ ସେଠୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । ଚପଲ ଫିଙ୍ଗିନାହିଁ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ ।

Leave A Reply

Your email address will not be published.