Latest Odisha News

BREAKING NEWS

୪ ବଲରେ ୪ ଉଇକେଟ ନେଲେ ନାଲକାଣ୍ଡେ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ପେସ ବୋଲର ଦର୍ଶନ ନାଲକାଣ୍ଡେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ସେମିଫାଇନାଲରେ କର୍ଣ୍ଣାଟକ ବିପକ୍ଷରେ ନାଲକାଣ୍ଡେ ୨୦ ତମ ଓଭରରେ କ୍ରମାଗତ ୪ଟି ବଲରେ ଅନିରୁଦ୍ଧ ଯୋଶୀ, ବି.ଶରଥ. ଜେ ସୁଚିଥ ଓ ଅଭିନବ ମନୋହରଙ୍କ ଉଇକେଟ ନେଇଥିଲେ । ଟି୨୦ରେ ଏହା ତାଙ୍କର ଦ୍ୱିତୀୟ ହ୍ୟାଟ୍ରିକ ।

ଅଭିମନ୍ୟୁ ମିଥୁନଙ୍କ ପରେ ୪ଟି ବଲରେ ୪ଟି ଉଇକେଟ ନେବାରେ ସେ ଭାରତର ଦ୍ୱିତୀୟ ଖେଳାଳି ପାଲଟିଛନ୍ତି । ତେବେ ତାଙ୍କର ଚମତ୍କାର ବୋଲିଂ ପ୍ରଦର୍ଶନ ସତ୍ୱେ ବିଦର୍ଭ ଏହି ମ୍ୟାଚରେ ପରାଜିତ ହୋଇଥିବାରୁ କର୍ଣ୍ଣାଟକ ଫାଇନାଲରେ ପ୍ରବେଶ କରିଛି ।

Comments are closed.