ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଚାଞ୍ଚଲ୍ୟ । ଏକ ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ଖସି ପଡ଼ିଛି । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ବ୍ୟକ୍ତି ଏହି ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ।
ବିସରଖ ଥାନା ଗୌର ସିଟି ନିକଟରେ ଆମ୍ରପାଲି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା । ହଠାତ୍ ଏହି ବିଲ୍ଡିଂର ଲିଫ୍ଟ ଖସି ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ୪ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଅନେକ ବ୍ୟକ୍ତି ଗୁରୁତର ମଧ୍ୟ ହୋଇଛନ୍ତି । ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଭିଡ଼ ଲାଗିଥିଲା । ପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ ।
Comments are closed.