Latest Odisha News

BREAKING NEWS

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଆତଙ୍କିତ ଅବସ୍ଥାରେ ଲୋକେ

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ନିକଟସ୍ଥ ପିପିଲି ବ୍ଲକର ବାଲିଗାଁ ନଦୀବନ୍ଧରେ ଏକ ଫାଟ ସୃଷ୍ଟି ହେଇଛି । ଫାଟଟି ପ୍ରାୟେ ୪ଶହ ମିଟର ଲମ୍ବ ବୋଲି ଜଣାପଡିଛି । ଯେହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ପିପିଲି ବ୍ଲକର ୪ଟି ପଞ୍ଚାୟତ ବାସିନ୍ଦା । ନଦୀବନ୍ଧର ଏଭଳି ଅବସ୍ଥା ଦେଖି ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ଧରଣୀ ଧର ସାହୁ ଜଳ ସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ନିମ୍ନମାନର କାମଯୋଗୁଁ ଏଭଳି ଫାଟ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ଡିସେମ୍ବର ମାସରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କରାଯାଇଥିଲା । ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ଓ ସରକାରଙ୍କର ୫୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଫାଟ ଦେଖାଯାଇଥିଲା ।

Leave A Reply

Your email address will not be published.