Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ, ୨୦ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୬ଟି ଗେଟ । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ ଲାଗିଛି ।

ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗତ ବୁଧବାର ଦିନ ହୀରାକୁଦର ୨ ଗେଟ୍ ଖୋଲାଯାଇଥିଲା । ନଦୀରେ ଜଳସ୍ତର ବୃଦ୍ଧି ହେତୁ ଗୁରୁବାର ଦିନ ସକାଳେ ଆଉ ୮ଟି ଗେଟ୍ ଖୋଲିଥିଲା । ଏହାପରେ ଗତକାଲି ଅପରାହ୍ନରେ ଆଉ ୪ଟି ଗେଟ ଖୋଲିଥିଲେ ହୀରାକୁଦ କତୃପକ୍ଷ । ତାହାକୁ ମିଶାଇ ଆଜି ସକାଳ ସୁଦ୍ଧା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । କିନ୍ତୁ ହୀରାକୁଦକୁ ଜଳ ପ୍ରବେଶ ବଢୁଥିବାରୁ ଏବେ ଆଉ ୬ଟି ଗେଟ ଖୋଲିଛନ୍ତି ହୀରାକୁଦ କତୃପକ୍ଷ । ଏହାକୁ ମିଶାଇ ବର୍ତ୍ତମାନ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟ୍ ଥିଲା । ପ୍ରବେଶ କରୁଥିଲା ୧ ଲକ୍ଷ ୯୭ ହଜାର ୭୩୫ କ୍ୟୁସେକ ଜଳ । ନିଷ୍କାସିତ ହେଉଥିଲା ୨ ଲକ୍ଷ ୪୫ ହଜାର ୪୦୧ କ୍ୟୁସେକ ଜଳ ।

Leave A Reply

Your email address will not be published.