Latest Odisha News

BREAKING NEWS

ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଅଘଟଣ: ନିର୍ମାଣଧୀନ ବିଲ୍ଡିଂରୁ ଖସିଲା ଲିଫ୍ଟ, ୪ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଚାଞ୍ଚଲ୍ୟ  । ଏକ ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ଖସି ପଡ଼ିଛି । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି  । ଅନେକ ବ୍ୟକ୍ତି ଏହି ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି  ।  ସମସ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି  ।

ବିସରଖ ଥାନା ଗୌର ସିଟି ନିକଟରେ ଆମ୍ରପାଲି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା । ହଠାତ୍  ଏହି ବିଲ୍ଡିଂର ଲିଫ୍ଟ ଖସି ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ୪ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି  । ଅନେକ ବ୍ୟକ୍ତି ଗୁରୁତର ମଧ୍ୟ ହୋଇଛନ୍ତି  । ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଭିଡ଼ ଲାଗିଥିଲା । ପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ  ।

Leave A Reply

Your email address will not be published.