Latest Odisha News

BREAKING NEWS

କୂଅ ଭିତରେ ଭାସୁଛି ମାଆ ସହ ୪ ବର୍ଷର ଝିଅର ମୃତଦେହ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ଏକ କୂଅରେ ମାଆ, ଝିଅଙ୍କ ମୃତଦେହ ଭାସୁଛି । ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁ କୂଅରେ ମାଆ ସହ ୪ ବର୍ଷର ଝିଅର ମୃତଦେହ ଭାସୁଛି । ଗତରାତିରେ ମାଆ, ଝିଅ ଖାଇପିଇ ଶୋଇଥିଲେ । ସକାଳ ହେଲା ବେଳକୁ ଉଭୟ ମାଆ ଓ ଝିଅଙ୍କୁ ପରିବାର ଲୋକ ପାଇନଥିଲେ ।

BjdElectrycity

ବହୁ ଖୋଜୋ ଖୋଜି କରିବା ପରେ ଗାଁରେ ଥିବା କୂଅ ମଧ୍ୟରେ ଉଭୟଙ୍କ ମୃତଦେହ ଭାସୁଥିବା ଘର ଲୋକ ଦେଖିଥିଲେ । ତେବେ, ମାଆଝିଅଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ଜଣାପଡ଼ିନାହିଁ । ଉଭୟଙ୍କୁ କିଏ ହତ୍ୟା କରିଛି ନା ଝିଅ ସହ ମାଆ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.