Latest Odisha News

BREAKING NEWS

କାଲି ଘରୁ ଫେରିଥିଲେ, ଆଜି ନିଜକୁ ଗୁଳି କରିଦେଲେ ଯବାନ

ଲମତାପୁଟ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ଯବାନ । କୋରାପୁଟ ଜିଲ୍ଲା ଜଲାପୁଟରେ ଥିବା ବିଏସଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ର ସିଂହ ଆତ୍ମହତ୍ୟା କରିଛନ୍ତି । ମିଳଥିବା ସୂଚନା ଅନୁସାରେ ଛୁଟିରେ ଘରକୁ ଯାଇ ରାଜସ୍ଥାନରୁ ଶୁକ୍ରବାର ଇନ୍ଦ୍ର ସିଂହ ଜଲାପୁଟ କ୍ୟାମ୍ପକୁ ଫେରିଥିଲେ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ ।

ଯବାନଙ୍କ ଆତ୍ମହତ୍ୟା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରାଯାଉଛି । ତେବେ, ବାଟାଲିୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯବାନଙ୍କ ଆତ୍ମହତ୍ୟା ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତବର୍ଷ ଅଗଷ୍ଟରେ ରାଜସ୍ଥାନର ଅନ୍ୟ ଜଣେ ବିଏସଏଫ ଯବାନ ସର୍ଭିସ୍ ବନ୍ଧୁକରୁ ଗୁଳି କରି ସେ ଆତ୍ମହତ୍ୟା କରିଥିଲେ । ଉକ୍ତ ଯବାନ ଜଣଙ୍କ ମାଲକାନଗିରି ଜିଲ୍ଲାର ନକ୍ସଲ ଅଞ୍ଚଳ ଚିତ୍ରକୋଣ୍ଡାରେ ମୁତୟନ ଥିଲେ । ଚିତ୍ରକୋଣ୍ଡାରେ ଥିବା ବିଏସଏଫର ନବମ ବାଟାଲିୟନରେ ଆତ୍ମହତ୍ୟା କରିଥିଲେ ଯବାନ ଜଣଙ୍କ ।

Leave A Reply

Your email address will not be published.