Latest Odisha News

BREAKING NEWS

ବାଙ୍ଗାଲୋରରେ ଚମକ ଦେଖାଇଲେ ପୁରୀର ଲିଟିଲ ମଡେଲ ଦିବ୍ୟାଶ୍ରୀ ବେହେରା

ପୁରୀ : କୁନି ପାଦ, କୁନି ଶରୀର, କିନ୍ତୁ ବଡ଼ ମଡେଲ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଆଖିରେ ଭରି ରହିଛି ଅନେକ ସ୍ୱପ୍ନ । ୭ ବର୍ଷ ବୟସରେ ସାଉଁଟିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମୃତି ଜାତୀୟ ପୁରସ୍କାର-୨୦୨୩। ଏତେ କମ ବୟସରୁ ଦିବ୍ୟାଶ୍ରୀ ଏବେ ସାଜିଛନ୍ତି ଅନ୍ତର୍ଜାତୀୟ ମଡେଲ । ଆମେ କହୁଛୁ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର କୁନି ଝିଅ ଦିବ୍ୟାଶ୍ରୀ ବେହେରାଙ୍କ ସଫଳତାର କାହାଣୀ ।

ଦିବ୍ୟାଶ୍ରୀଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ସେହି ସମୟରେ ସେ ଆନ୍ତର୍ଜାତୀୟ ସ୍ତରରେ ଜର୍ଜିଆରେ ହାସଲ କରିଥିଲେ ଇଣ୍ଟରନ୍ୟାସନଲ ଟପ୍ ମଡେଲ ପଦକ। ବିଶ୍ୱର ୧୨ ଟି ଦେଶକୁ ପଛରେ ପକାଇ ସେ ଭାରତ ତଥା ଓଡିଶା ପାଇଁ ଆଣିଛନ୍ତି ସୁନାମ । ସବୁଠାରୁ ବଡ କଥା ହେଲା ଓଡିଶୀ ନୃତ୍ୟ ହିଁ ଦେଇଛି ତାଙ୍କୁ ସ୍ୱତନ୍ତ୍ର ପରିଚୟ । ଓଡିଶାର କଳା ଓ ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ  ମଞ୍ଚରେ କୃଷ୍ଣ ରାଧାଙ୍କ ରାସରେ ଓଡିଶୀ ନୃତ୍ୟରେ ଅଭିନୟ କରି ଦିବ୍ୟାଶ୍ରୀ ସମସ୍ତଙ୍କୁ ସ୍ତମ୍ବିଭୁତ କରିଦେଇଥିଲେ। ଯାହା ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛି ।

ତେବେ ଆନ୍ତର୍ଜାତୀୟ ମଡେଲ,ଓଡିଶୀ ଏବଂ ବିଭିନ୍ନ କଳାତ୍ମକ କୃତିତ୍ୱ ପାଇଁ  କୁନି ଆର୍ଟିଷ୍ଟିଙ୍କୁ  ଏହି ସମ୍ମାନଟି କର୍ଣ୍ଣାଟକ ବେକୱର୍ଡ ଫେଡେରେସନ, ସୁବର୍ଣ୍ଣା ଚାରିଟେବଲ ଟ୍ରଷ୍ଟ ଓ କର୍ଣ୍ଣାଟକ ଗ୍ୟାସ ଭେଣ୍ଡରସ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ଦିବ୍ୟାଶ୍ରୀ ଯେ କେବଳ ଓଡିଶୀ କି ସମ୍ବଲପୁରୀ ନୃତ୍ୟ ନୁହେଁ ବରଂ ସଙ୍ଗୀତ ଏବଂ ମଡେଲିଂ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।  ସେହିପରି ଜର୍ଜିଆରେ ଅନୁଷ୍ଠିତ ୱାଲର୍ଡ ରାଇଜିଙ୍ଗ୍ ଷ୍ଟାର ବ୍ୟୁଟି କଣ୍ଟେଷ୍ଟରେ ଦିବ୍ୟାଶ୍ରୀଙ୍କ ଟ୍ୟାଲେଣ୍ଟ ଓ ସୁନ୍ଦର ବ୍ୟବହାର ପାଇଁ ତାଙ୍କୁ ମିଳିଥିଲା ଜୁରୀ ଆୱର୍ଡ।  ଦିବ୍ୟାଶ୍ରୀ କୁନି ପିଲାଟିଏ ହୋଇଥିଲେ ମଧ୍ୟ ନିଜର କଳାତ୍ମକ ପ୍ରତିଭା ପାଇଁ ବିଶ୍ୱସ୍ତରରେ ଏକାଧିକ ଆୱର୍ଡ ପାଇ ଦେଶକୁ ଗୌରବାନ୍ୱିତ କରିଥିବାରୁ ୨୦୨୧ରେ ତାଙ୍କ ନାମ ଇଣ୍ଟରନ୍ୟାସନଲ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି।

ଦେଶର ବିଭିନ୍ନ ସ୍ଥାନରେ ନିଜର କଳାତ୍ମକ ନୈପୁଣ୍ୟତା ପ୍ରଦର୍ଶିତ କରି ଏବେଠୁଁ ବହୁ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି ଦିବ୍ୟାଶ୍ରୀ ।  ସେ ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀଙ୍କ ଏକମାତ୍ର ଝିଅ। ବାପା ମା ଦୁଇଜଣ ବାଙ୍ଗାଲୋରରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି । ଏଣୁ ଦିବ୍ୟାଶ୍ରୀ ବାଙ୍ଗାଲୋରରେ ପାଠ ପଢି ମଡେଲିଂ ଦୁନିଆରେ ପାଦ ଥାପିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ଓଡ଼ିଆ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର କରୁଥିବାରୁ କୁନିଝିଅ ଦିବ୍ୟାଶ୍ରଙ୍କୁ  ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

 

Comments are closed.