Latest Odisha News

ରେଡ଼୍ ଲେହେଙ୍ଗା ପିନ୍ଧି ନୃତ୍ୟ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ଫ୍ଲପ୍ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ । ଏବେ ସେ ପୁଣି ଚର୍ଚ୍ଚାରେ ଆଉ ଏକ ଭିନ୍ନ କାରଣ ନେଇ । କାରଣ ହେଲା ରେଡ଼୍ କଲର ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି ଅକ୍ଷୟ । ତାଙ୍କ ସହିତ ଥିଲେ ଅଭିନେତ୍ରୀ ନୋରା ଫତେହି । ଉଭୟ ଜବରଦସ୍ତ ନୃତ୍ୟ କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ‘ସେଲଫି’ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଏହାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅକ୍ଷୟ ପ୍ରଥମେ ‘ଲାଲ୍ ଘାଗରା’ ଗୀତରେ ଜବରଦସ୍ତ ନୃତ୍ୟ କରିଥିଲେ । ପରେ ‘ମୈ ଖିଲାଡି ତୁ ଅନାରୀ’ ଗୀତରେ ନାଚିଥିଲେ । ଅକ୍ଷୟ ତାଙ୍କ କଳା ପୋଷାକ ଉପରେ ନାଲି ଲେହେଙ୍ଗା ପିନ୍ଧି ନାଚିଥିଲେ ଯାହା ଚର୍ଚ୍ଚାକୁ ଆସିଛି ।

Leave A Reply

Your email address will not be published.