Latest Odisha News

BREAKING NEWS

ରାଜଧାନୀରେ ଅଟୋରେ ବୁଲିଲେ ଆମେରିକା ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ କ୍ୱାଡ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ଭରତ ଆସିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ମନ୍ତ୍ରୀ ଆସିବା କିଛି ନୂଆ କଥା ନୁହେଁ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ତେବେ ଏ ପ୍ରସଙ୍ଗ ଏଠି ଉଠିଛି କାହିଁକି ? । ଆଜ୍ଞା , ହଁ, ଏଠି କହିବାର କଥା ହେଉଛି, ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଖାଲି କ୍ୱାଡ ବୈଠକରେ ଯୋଗ ଦେଇନାହାନ୍ତି । ବରଂ ଭାରତରେ ବୁଲବାର ମଜାକୁ ଭରପୂର ଉପଭୋଗ କରିଛନ୍ତି ।

ଦେଖିବାକୁ ମିଳିଥିଲା, ଏଣ୍ଟନି ବ୍ଲିଙ୍କନ ବୈଠକରେ ଯୋଗ ଦେବାକୁ ଆସି ଏକ ଅଟୋରୁ ଓହ୍ଲାଇଥିଲେ । ଏହାକୁ ନେଇ ସେ ଏକ ଟୁଇଟ ବି ଜାରି କରିଛନ୍ତି ଏବଂ ସେଥିରେ ଏକ ଫଟୋ ବି ସେୟାର କରିଛନ୍ତି । ଏଣ୍ଟୋନୀ ଅଟୋରେ ବୁଲିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଭାରତ ଗସ୍ତରେ ଆସିଥିବା ଆମେରିକା ବିଦେଶ ମନ୍ତ୍ରୀ ନୂଆଦିଲ୍ଲରେ ଏକ ଅଟୋରେ ବୁଲିଥିଲେ । ସେ ତାଙ୍କ ରହିବା ସ୍ଥାନରୁ ମିଟିଂସ୍ଥାନକୁ ଏକ ଅଟୋରେ ବସି ଆସିଥିଲେ । ଏଣ୍ଟୋନୀ ହସି ହସି ଅଟୋରେ ବସୁଥିବା ଏବଂ ହସିହସି ଅଟୋରୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ଅଟୋରେ ବସି ବୁଲିବାର ଖୁସି ଭିଡିଓରେ ବେଶ ବାରି ହୋଇପଡୁଛି  ।

ସେତିକି ନୁହେଁ, ଆମେରିକା-ଭାରତ ବ୍ୟବସାୟିକ ବୁଝାମଣାକୁ ଆଗକୁ ବଢାଇବାରେ ସାହାଯ୍ୟ କରୁଥିବା ବ୍ୟକ୍ତି ତଥା ଆମେରିକା ଦୂତାବାସରେ କାମ କରୁଥିବା କମର୍ଚାରୀମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ । ସେ ଟୁଇଟରେ ଲେଖିଛନ୍ତି, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା,  ଚେନ୍ନାଇରେ ଥିବା ବ୍ୟକ୍ତି ଏବଂ ଭାରତର  ଦୂତାବାସରେ ରହି କାମ କରୁଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସହ ମିଶି ବହୁତ ଖୁସି ଲାଗିଲା।

ଆମେରିକୀୟ ମନ୍ତ୍ରୀ ବ୍ଲିଙ୍କନ ଭାରତର ମସାଲା ଚା’କୁ  ଭୂରି ପ୍ରଶଂସା କରିଥିଲେ । ସେ ଭାରତରେ ଥିବା ସିଭିଲ ସୋସାଇଟିର ଡାଇନାମିକ ମହିଳାଙ୍କୁ ସାକ୍ଷାତ କରି ସେମାନଙ୍କ ସହ ମସାଲା ଚା’ ଏବଂ ମହିଳା ସଶକ୍ତୀକରଣରେ ଭାରତର ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.