ଦାରିଙ୍ଗବାଡ଼ି: ଖେଳନା ନେଲା ଜୀବନ। ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଚାଲିଗଲା ୪ ବର୍ଷ ଶିଶୁର ଜୀବନ। ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ।
ସୂଚନା ଅନୁସାରେ ସବୁଦିନ ଭଳି ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ଶିଶୁଟି ବାପାମାଆଙ୍କ ସହ ଯାଇ ମକା ଖେତରେ ଖେଳୁଥିଲା । ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା।
ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments are closed.