Latest Odisha News

BREAKING NEWS

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଗୋଟିଏ କାର ,ବାଇକ ,ଏବଂ ୫ ଟି ମୋବାଇଲ ଜବତ ହୋଇଛି।

ଅଭିଯୁକ୍ତ ମାନେ ହେଲେ ପୁରୀ ସତ୍ୟବାଦୀ ରାୟଚକ୍ରଧରପୁର ଗାଁ ର ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ପଟିଆ ଶିଖରଚଣ୍ଡି ଅଞ୍ଚଳର  ଏସ.କେ କରିମୁଲ୍ଲା ଓ ନୟାଗଡ଼ ସିନ୍ଦୁରିଆ ଗାଁ ର ଏସ କେ ଅନୁ । ଗତକାଲି ପୁରୀ-ଭୁବନେଶ୍ୱର ହରେକୃଷ୍ଣପୁର ଛକ ନିକଟରେ ଯାଞ୍ଚ ବେଳେ ସରାକାରୀ ଗାଡିରେ ଚାଲଣ ହେଉଥିବା ବ୍ରାଉନସୁଗାରକୁ ଏସଟିଏଫ୍ ଟିମ୍ ଜବତ କରିଛି।

ବାଲେଶ୍ୱରରୁ ଏହି ସରକାରୀ ଗାଡିରେ ବ୍ରାଉନସୁଗାର ଆଣି ପୁରୀରେ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିଲା  ବ୍ରାଉନ ସୁଗାର କାରବାର ନେଇ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଛି ଏସଟିଏଫ ଟିମ । ସପ୍ତାହରେ ପୁରୀରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ୪୦ ହଜାର ଟଙ୍କା। ୬ ଟି ମାମଲାରେ ପୋଲିସ ୧୫ ରୁ ଉର୍ଦ୍ଧ୍ବ ଙ୍କୁ ଗିରଫ କରିଛି ।  ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯାଇଛି।।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ଦାସ।

Leave A Reply

Your email address will not be published.