ଭୁବନେଶ୍ୱର: ଭୁବନେଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠାରୁ ଚିନ୍ତା ଜନକ ରହିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଶହେରୁ ୨ଶହ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛି । ଆଜି ପୁଣି ରାଜଧାନୀରୁ ୧୬୭ ସ୍ଥାନୀୟ ସଂକ୍ରମିତଙ୍କ ସମେତ ୪୦୯ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ ସେଂଟରୁ ୨୪୨ ରହିଛିନ୍ତି । ଏଥିସହ ୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
Update on newly detected & cured #COVID19 cases in the last 24 hrs under the BMC area on 5th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/PGsuiOWZHo— BMC (@bmcbbsr) September 5, 2020
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଚକେଇସିହାଣୀରୁ ୮ ଜଣ, ଷ୍ଟେସନ ଛକ, ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ଶିଖରଚଣ୍ଡି ସାହି, ୟୁନିଟ-୯ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୬-୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୧୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭିଏସ୍ଏସ୍ ନଗରରୁ ୧୦ ଜଣ, ନୟାପଲ୍ଲୀରୁ ୬ ଜଣ, ସହିଦ ନଗର, ଦୂରଦର୍ଶନ କଲୋନି, ଚକେଇସିହାଣୀରୁ ୫ ଜଣ ଲେଖାଏଁ ଅଛନ୍ତି।
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୮୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୮୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୭ ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.