ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍ଡିଜେଏମ୍ କୋର୍ଟରେ ପାରିବାରିକ ହିଂସା ନିରୋଧୀ ଆଇନ୍ ଅନୁଯାୟୀ ପିଟିସନ ଦାଖଲ କରିଛନ୍ତି ପତ୍ନୀ ବର୍ଷା । ୮ ପୃଷ୍ଠା ସମ୍ବଳିତ ପିଟିସନରେ ବହୁ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା । ତେବେ କ’ଣ ସବୁ ଅଭିଯୋଗ ରହିଛି ତାଙ୍କ ପିଟିସନରେ ଆସନ୍ତୁ ଜାଣିବା ।
-୨୦୧୪ ଫେବୃଆରୀ ୮ ତାରିଖରେ ବର୍ଷା ଓ ଅନୁଭବଙ୍କ ବାହାଘର ହୋଇଥିଲା ।
-ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ହାତକାଟି ଦେଇଥିଲେ । ଛୁରୀରେ ଛାତି କାଟି ରକ୍ତ ବୁହାଇଥିଲେ ।
– ଏହାପରେ ଘର ଲୋକ ବାହାଘର ପାଇଁ ରାଜି ହୋଇଥିଲେ । ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା ।
-ବାହାଘର ପରେ ଉଭୟ ମିଶି ଅନେକ ଫିଲ୍ମ କରିଥିଲେ । ହେଲେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ଦେଇ ନଥିଲେ ଅନୁଭବ । ଟଙ୍କା ମାଗିବାରୁ ଅନୁଭବ ଅତ୍ୟାଚାର କରୁଥିଲେ ।
-ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବଙ୍କ ବହୁ ନାରୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ଏହାକୁ ଅନୁଭବଙ୍କ ଘର ଲୋକ ସମର୍ଥନ କରୁଥିଲେ ।
-ଅନୁଭବ ଜଣେ ପେସାଦାର ମଦ୍ୟପ ଥିଲେ । ସେ ମଦ ପିଇବା ପରେ ସବୁ ହିତାହତ ଜ୍ଞାନ ଭୁଲି ଯାଉଥିଲେ । ଏପରିକି ସାଙ୍ଗସାଥୀଙ୍କ ସହ ମିଶି ବେଡ୍ରୁମ୍ରେ ମଦ ପିଅନ୍ତି ।
– ମଦ ପିଇବାକୁ ବିରୋଧ କଲେ ଅନୁଭବ, ବର୍ଷାଙ୍କୁ ହାତରେ ଏବଂ ବାଡିରେ ମାଡ ମାରନ୍ତି ବୋଲି ପିଟିସନରେ ଉଲ୍ଲେଖ ରହିଛି ।
-ବାପା ହେବାକୁ ଚାହୁଁ ନଥିଲେ ଅନୁଭବ । ପିଲା ଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡାଇ ଦିଅନ୍ତି, ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ।
– ଜୁନ୍ ୭ ପରେ ଅତ୍ୟାଚାରର ସବୁ ସୀମା ଟପି ଯାଇଥିଲା । ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ।
-ଜୁନ୍ ୧୧ରେ ଅନୁଭବ ତାଙ୍କୁ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ ।
କୋର୍ଟରେ ବର୍ଷାଙ୍କ କ’ଣ ରହିଛି ଦାବି?
-ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ସେ କୋର୍ଟରେ ଅପିଲ କରିଛନ୍ତି ।
-ଘରଭଡା ବାବଦକୁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର ଦାବି ।
-କ୍ଷତିପୂରଣ ପାଇଁ ୧୩ କୋଟି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ୍ଚ ପାଇଁ ୨ କୋଟି ଦାବି କରିଛନ୍ତି ବର୍ଷା ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.