Latest Odisha News

BREAKING NEWS

ଚୌଦ୍ୱାର ‘ଗୁଡନ୍ୟୁଜ୍ ଇଣ୍ଡିଆ’ ସେଲଟରହୋମରୁ ଉଦ୍ଧାର ହେଲେ ୪୨ ଜଣ ପିଲା

କଟକ : ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ଡ୍ରିମ୍ ହୋମ୍ ଆଶ୍ରମରୁ ୪୨ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି।

ଏକ ଅଣସରକାରୀ ସଙ୍ଗଠନ ଗୁଡ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ଡ୍ରିମ୍ ହୋମ୍ ଆଶ୍ରମପରିଚାଳିତ ହେଉଥିଲା । ପରେ ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେନା ଓ ଚୌଦ୍ୱାର ପୋଲିସ୍ ସହାୟତାରେ ଏହି ସେଲଟର୍ ହୋମ୍ ଉପରେ ଚଢଉ କରାଯାଇଥିଲା ।

ସେଲଟର୍ ହୋମ୍ ନିର୍ଦ୍ଦେଶକ ଦୀପକ କୁମାର ପରମାଣିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସିଲ୍ ପରିସର ମଧ୍ୟରେ କୌଣସି ପିଲା ନଥିଲେ ।

ବେଆଇନ ଭାବେ ଚାଲୁଥିବା ଏହି ଆଶ୍ରମ ଗୃହରେ ପ୍ରାୟ ୫୦ ଜଣ ପିଲାମାନେ ରହୁଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନ୍ୟମାନଙ୍କର ପତ୍ତା ମିଳିପାରିନଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ଛାନଭିନ୍ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲଟର୍ ହୋମର ମୁଖ୍ୟ ସେଠାକାର ଅନ୍ତେବାସିନୀଙ୍କୁ ଶାରୀରିକ ଓ ମାନସିକ ଉତ୍ପୀଡନ ଦେବା ଅଭିଯୋଗ ହେବାପରେ ସମସ୍ତ ସେଲଟର ହୋମ୍ ଶାଖା ବନ୍ଦ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରିମ ହାଉସ ସେଲଟର ହୋମର ପାଖାପାଖି ୨୨ଟି ଶାଖାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଫେବୃଆରୀ ମାସରେ ଢେଙ୍କାନାଳ ସ୍ଥିତ ଏକ ସେଲଟର୍ ହୋମରେ ନାବାଳିକା ଯୌନଶୋଷଣ ମାମଲାରେ ସେଲଟର୍ ହୋମର ଏମଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ ଓ ସହ-ନିର୍ଦ୍ଦେଶକ ଉଦିତତ ଲାମାଙ୍କ ଜାମିନ୍ ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଥିଲେ। ଢେଙ୍କାନାଳ ସଦର ଥାନା ପୋଲିସ ଡିସେମ୍ବର ୩ ତାରିଖରେ ଫୟାଜ୍ ରେହମାନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.