ବ୍ରୁସଲେସ୍ : ଭାରତୀୟ ରାଜସ୍ୱ ସେବା (ସୀମା ଶୁଳ୍କ) ଅଧିକାରୀ ଦେବୀ ପ୍ରସାଦ ଦାସ ସର୍ବସମ୍ମତି କ୍ରମେ ବିଶ୍ୱ ସୀମା ଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ)ର ପ୍ରବର୍ତ୍ତନ ସମିତିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏଭଳି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଭାରତୀୟ ସୀମା ଶୁଳ୍କ ଅଧିକାରୀ ।
ଏହା ପୂର୍ବରୁ ସେ ଗତ ୨ ବର୍ଷ ହେବ ସମିତିର ଉପସଭାପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।
ଡବ୍ଲ୍ୟୁସିଓ ବ୍ରୁସଲେସରେ ଅବସ୍ଥିତ ଅଟେ ।
୧୯୮୫ ବ୍ୟାଚର ଏହି ଅଧିକାରୀ ଜଣକ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ପ୍ରଧାନ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଏଥିସହିତ ସ୍ମଗଲିଂ ବିରୋଧରେ ତଥା କଳାଧନ ସମ୍ବନ୍ଧୀୟ ଅନେକ ମାମଲାର ତଦନ୍ତ ଭାର ସମ୍ଭାଳିଥିଲେ ।
ସେ ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ, ନ୍ୟୁୟର୍କ, କମନୱେଲଥ୍ ସେକ୍ରେଟାରିଏଟ୍, ଲଣ୍ଡନ ଓ ସିବିଆଇରେ ମଧ୍ୟ କାର୍ଯ୍ୟରତ ରହିଥିଲେ ।
Comments are closed.