Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ; ୨ ଜୀଅନ୍ତା ଶାବକ ଉଦ୍ଧାର, ୧୧ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ ହୋଇଛି ଏହା ସହ ୨ଟି ଜୀଅନ୍ତା ବାରହା ଶାବକ ଉଦ୍ଧାର ହୋଇଛନ୍ତି । ଏହା ସହ ଏହି ଘଟଣାରେ ଏଗାର ଜଣକୁ ଗିରଫ କରିଛି ବନ ବିଭାଗ । ଏହା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର, ୧୦୦ରୁ ଊର୍ଦ୍ଧ୍ବ ଜାଲ, ୯ଟି ବାଇକ, ଗୋଟିଏ ଟ୍ରାକ୍ଟର ଜବତ କରିଛି ବନ ବିଭାଗ ।

ଗିରଫ ଅଭିଯୁକ୍ତ ହେଲେ ବାଳକ୍ରୀଷ୍ଣା ଉଡ଼ୁ, ସନ୍ତୋଷ ବାରବାସ, କମଲେଶ ଉଡ଼ୁ, ରାମବାବୁ ବାରବାସ, ନାଗେଶ କୁମୁଡା, ନାଗରଜୁ ବାରବାସ, କ୍ରିଷ୍ଣା ରାଓ ପତରଙ୍ଗୀ, ବୋମାନା କୁମୁଡା, ମାଛଲିଙ୍ଗମ ବାରବାସ, ସନ୍ୟାସୀ ରାଓ ବାରବାସ, ଶ୍ରୀନୁବାବୁ ଖିଲ । ସମସ୍ତ ଅଭିଯୁକ୍ତ ସ୍ୱାଭିମାନ ଅଞ୍ଚଳର କୋତାଉରୁ, ଲିମାସେତୁ, ମଣ୍ଡାପାଲି ଏବଂ ପାପର ମେଟଲା ଅଞ୍ଚଳର ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

ବନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଲେଗଡ଼ା ପଞ୍ଚାୟତର ସାରକୁ ବନ୍ଧ ଗାଁ ନିକଟରେ ଜଙ୍ଗଲ ଜନ୍ତୁ ଶିକାର ଚାଲିଥିଲା । ଖବରପାଇ ରବିବାର ମାଲକାନଗିରି ଡିଏଫଓ ସାଇ କିରଣଙ୍କ ନିର୍ଦ୍ଦେଶରେ ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ବନପାଳ ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ବନପାଳ ରାଜେଶ କୁମାର ସେଠୀ, ଗାର୍ଡ ସଞ୍ଜୟ କୁମାର ପରିଡ଼ା, ୱାଇଲଡ଼ ଲାଇଫ ପାରା ସ୍କ୍ୱାର୍ଡ ମିଳିତ ଭାବେ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ ।

ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ନେଇ ବନପାଳ ନିରଞ୍ଜନ ସାରକା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ, ଦୁଇ ବରାହ ଶାବକଙ୍କୁ ଜଙ୍ଗଲରେ ଛଡ଼ାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

Comments are closed.