Latest Odisha News

BREAKING NEWS

ନିଟ୍ ପରୀକ୍ଷା ଦେବେ ୪୨ ହଜାର ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଲାଗି ସାରା ଦେଶରେ ପ୍ରାୟ ୧୫ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ନାମ ଆବେଦନ କରିଛନ୍ତି ।

ଏହି ପରୀକ୍ଷା ୨୦୧୯ ମସିହା ମେ ୦୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଓଡ଼ିଶାରୁ ପ୍ରାୟ ୪୨ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ନେଇ ଜଣାପଡିଛି ।

ସର୍ବଭାରତୀୟ ସ୍ତରରେ ଏମବିଏସ୍ ଓ ବିଡିଏସ୍ ପରୀକ୍ଷାକୁ ଚଳିତ ବର୍ଷ ପ୍ରଥମଥର ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ସାମିଲ କରିଥିବା ନେଇ ସୂଚନା ମିଳିଛି । ଏହି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଭାରତୀୟ ଡେଣ୍ଟାଲ କାଉନସିଲ, ଭାରତୀୟ ମେଡିକାଲ ଅଫ ଇଣ୍ଡିଆ ଦ୍ୱାରା ସ୍ଥୀରିକୃତ ସମସ୍ତ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇ ପାରିବେ । ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ(ଏମ୍ସ) ଏବଂ ଜବାହାରଲାଲ ଇନଷ୍ଟିଚ୍ୟୁଟ୍ ଅଫ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମଇଆର) ପୁଡୁଜେରୀ ବ୍ୟତିତ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇ ପାରିବେ ।

ଏହି ପରୀକ୍ଷା ଲାଗି ଗୋଟିଏ ପ୍ରଶ୍ନପତ୍ରରେ ୧୮୦ଟି ଅବଜେକ୍ଟିଭ ଟାଇପ୍ ରହିଥିବାବେଳେ ପ୍ରତ୍ୟେକ ପ୍ରଶ୍ନ ଲାଗି ୪ଟି ସମ୍ଭାବ୍ୟ ଉତ୍ତର ଦିଆଯିବାର ବ୍ୟବସ୍ଥା ରହିଛି । ଏହି ପ୍ରଶ୍ନପତ୍ରରେ ସମସ୍ତ ପ୍ରଶ୍ନଗୁଡିକ ବାୟୋଲୋଜି, ଜୁଲୋଜି,ବଟାନି ଏହି ପରୀକ୍ଷାଟିର ସମୟ ସୀମା ୩ଘଣ୍ଟା ରହିଥିବା ବେଳେ ଦିନ ୨ଟା ସମୟରେ ପରୀକ୍ଷା ଆରମ୍ଭ ହେବ ।

ବିଦେଶରେ ଏମ୍ବିବିଏସ୍ ଓ ବିଡିଏସ୍ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବର୍ଷଠାରୁ ନିଟ୍ ର‌୍ୟାଙ୍କ ହାସଲ କରିବା ବାଧ୍ୟତାମୂଳକ ହୋଇଛି।

ଏହି ନିଟ୍ ପରୀକ୍ଷା ଦେଶର ୧୫୪ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାୟ ୫୬ ହଜାର ୬୮୩ ଜଣ ଛାତ୍ରଛାତ୍ରୀ ଦିଲ୍ଲୀକୁ ପସନ୍ଦ କରିଛନ୍ତି । ଏଥିସହିତ ୫୨ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ବିହାରର ପାଟଣା ସହର ପାଇଁ ଆବେଦନ କରିଥିବାବେଳେ ବେଙ୍ଗାଲୁରୁ ପାଇଁ ୪୨ ହଜାର ୩୭୫ ଏବଂ କୋଟା ପାଇଁ ୪୨ ହଜାର ୬୪୪ଜଣ ପସନ୍ଦ କରିଛନ୍ତି । ଭୁବନେଶ୍ୱର ପାଇଁ ୧୮ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.