ଭୁବନେଶ୍ୱରେ: ରାଜ୍ୟରେ ଉପର ମୁହାଁ ରହିଛି କରୋନ ମିଟର । ପ୍ରତିଦିନ ୩୦ ଜିଲ୍ଲାରୁ ୪ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଜିପୁଣି ରାଜ୍ୟରୁ ୪୨୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗଂଜାମ ପରେ ଖୋର୍ଦ୍ଧା ଆଉ ଏବେ ଚିନ୍ତା ବଢ଼ାଇଛି କଟକ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଫୋକସରେ ରହିଛି କଟକ ଜିଲ୍ଲା । ଆଜି ଜିଲ୍ଲାରେ ବର୍ତ୍ତମାନ ଯାଏଁ ସର୍ବାଧିକ ୫୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ସଂକ୍ରମଣର ଏହି ଧାରା ଜିଲ୍ଳାରେ ଲଗାତର ଏକ ସପ୍ତାହ ହେଲା ବଢ଼ିଚାଲିଛି । ଯାହା ପ୍ରଶାସନର ଚିନ୍ତାର କାରଣ ପାଲିଟିଛି ।
6. Boudh: 45
7. Cuttack: 595
8. Deogarh: 10
9. Dhenkanal: 71
10. Gajapati: 27
11. Ganjam: 57
12. Jagatsinghpur: 176
13. Jajpur: 131
14. Jharsuguda: 205
15. Kalahandi: 40
16. Kandhamal: 153
17. Kendrapada: 155
18. Keonjhar: 62
19. Khurda: 652
20. Koraput: 90
21. Malkangiri: 69— I & PR Department, Odisha (@IPR_Odisha) September 21, 2020
ସେହିପରି ଅନ୍ୟଜିଲ୍ଲା ମଧ୍ୟରେ ଅନୁଗୁଳରୁ ଆଜି ୧୩୦, ବାଲେଶ୍ୱରରୁ ୧୫୫, ବରଗଡ ଓ ଭଦ୍ରକରୁ ୧୧୪ ଲେଖାଏଁ, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୪୫, ଦେଓଗଡରୁ ୧୦, ଢ଼େଙ୍କାନାଳରୁ ୭୧, ଗଜପତିରୁ ୨୭, ଗଂଜାମରୁ ୫୭, ଜଗତସିଂହପୁର ୧୭୬, ଯାଜପୁରରୁ ୧୩୧, ଝାରସୁଗୁଡାରୁ ୨୦୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୫୩, କେନ୍ଦ୍ରାପଡାରୁ ୧୫୫, କେନ୍ଦୁଝରରୁ ୬୨, କୋରାପୁଟରୁ ୯୦, ମାଲକାନଗିରିରୁ୬୯, ମୟୂରଭଂଜରୁ ୧୭୧, ନବରଙ୍ଗପୁରରୁ ୫୪, ନୟାଗଡରୁ ୫୩, ନୂଆପଡାରୁ ୫୮, ପୁରୀରୁ ୧୮୨, ରାୟଗଡାରୁ ୧୩୪, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୯, ସୁନ୍ଦରଗୁଡରୁ ୧୩୩, ଷ୍ଟେଟପୁଲ ୨୦୬ ରହିଛି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସେହିପରି ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୭୬୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.