Latest Odisha News

BREAKING NEWS

ଆଜିଠୁ ଖୋଲିଲା ସ୍କୁଲ, କଟକଣା ଭିତରେ ପାଠ ପଢ଼ିବେ ପିଲା

ନୂଆଦିଲ୍ଲୀ: ଦେଶରେ ଆଜିଠୁ ଖୋଲିଲା ସ୍କୁଲ । କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ପାଠ ମଧ୍ୟ ପଢ଼ିବେ । କରୋନା କଟକଣା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ । ଅନ୍‌ଲକ୍‌-୪ ଗାଇଡଲାଇନ୍ ଅନୁଯାୟୀ ଦେଶର କେତେକ ସ୍ଥାନରେ ଆଜିଠାରୁ ସ୍କୁଲ ଖୋଲିଛି । କୋଭିଡ କଟକଣା ସହିତ ଆସାମ, ଆନ୍ଧ୍ରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ମେଘାଳୟ ଓ ନାଗାଲାଣ୍ଡରେ ସ୍କୁଲ ଖୋଲିଛି । ମଧ୍ୟପ୍ରଦେଶ ସରକାର ମଧ୍ୟ ନିଜସ୍ୱ ଗାଇଡଲାଇନ୍ ଜାରି କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରାଳୟର ଏସ୍‌ଓପି ପାଳନ ସହିତ ଏହି ରାଜ୍ୟ ଗୁଡିକରେ କେବଳ ନବମରୁ ଦଶମ ଶ୍ରେଣୀର ପିଲା ସ୍କୁଲ ଆସିବେ । ଏଥିପାଇଁ କେତେକ ନିୟମାବଳୀ ଜାରି କରାଯାଇଛି । ଅଭିଭାବକ ଲିଖିତ ଅନୁମତି ଓ ଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଆସିବେ । ସେହିପରି ୫୦ ପ୍ରତିଶତ ଶିକ୍ଷକ ଓ ୫୦ ପ୍ରତିଶତ ଅଣଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବେ । ଅନ୍‌ଲାଇନ୍ ପାଠ ପଢ଼ା, ଟେଲି କାଉଂସିଲିଂ ଓ ଅନ୍ୟ କାମରେ ଏମାନେ ନିୟୋଜିତ ହେବେ ।

ଯେଉଁ ରାଜ୍ୟଗୁଡିକରେ ସ୍କୁଲ ଖୋଲିବ ସେହି ସ୍କୁଲଗୁଡିକରେ ଥର୍ମାଲ ସ୍କ୍ରିନିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲରେ ପ୍ରବେଶ ପୂର୍ବରୁ ସମସ୍ତଙ୍କ ତାପମାତ୍ରା ଯାଂଚ କରାଯିବ । ଭିନ୍ନ ଭିନ୍ନ ଗେଟ୍‌ରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ପିଲାମାନେ ମାସ୍କ ଓ ସାନିଟାଇଜର ଏବଂ ବାରମ୍ବାର ହାତ ଧୋଇବା ବାଧ୍ୟତା ମୂଳକ କରାଯାଇଛି ।

Leave A Reply

Your email address will not be published.