Latest Odisha News

BREAKING NEWS

ଟଙ୍କା ଗଣି ଗଣି ରାତି ପାହି ଯାଉଛି କିନ୍ତୁ ସରୁନି: ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ

ଭୁବନେଶ୍ୱର:ତିନି ଦିନ ହେଲାଣି ଚାଲିଛି ଚଢାଉ । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି ତାଲିକା । ଆଜି ତୃତୀୟ ଦିନରେ ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ । ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ ହୋଇଥିବାବେଳେ ଗତକାଲି ବାହାରିଛି ପୁଳା ପୁଳା ଟଙ୍କା । ଗତକାଲି ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା । ଦୁଇ ଦିନରେ ଏତେ ଟଙ୍କା ଜବତ ହୋଇଛି ଯେ ଗଣି ଗଣି ରାତି ପାହି ଯାଉଛି, କିନ୍ତୁ ଗଣତି ସରୁନି ।

ଗତ ତିନି ଦିନ ଧରି  ନୟାପଲ୍ଲୀ ମୁଖ୍ୟ ଅଫିସ୍ ସମେତ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏସବୁର  ଛାନଭିନ କରୁଛି ଆଇଡି  । ସେହିପରି ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସରେ ପଚରାଉଚରା କରାଯାଉଛି ।

 ଡିଏନ ଗ୍ରୁପର  ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ପଚରାଉଚରା ଜାରି ରଖିଛି । ସେହିପରି ତ୍ରିଶୁଳିଆ ଡିଏନ୍ ଗ୍ରୁପର ଟୁଇନସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି । ଗତ ଦୁଇ ଦିନ ଭିତରେ ଜବତ କରାଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ-୧ ସ୍ଥିତ ଏସବିଆଇ ଶାଖାକୁ ନିଆଯାଇଥିଲା  ।  ସେଠାରେ  ଆୟକର ଅଧିକାରୀ ଓ ଡିଏନ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଇଛି । କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗଣତି ଓ ହିସାବ ଚାଲିଥିବା ସୂଚନା ମିଳିଛି ।

ସୂଚନାଥାଉ କି, ଆୟକର ବିଭାଗର ୭ ଜଣିଆ  ଟିମ ବୁଧବାର  ଚଢାଉ କରି ପୋଷ୍ଟାଲ  କଲୋନୀରୁ ୩୦ କୋଟି ଟଙ୍କା ଜବତ କରିଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ ମିଳିଥିଲା । ସେହିପରି ଡିଏନଗ୍ରୁପର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ତାଙ୍କ କ୍ୱାର୍ଟର୍ସରୁ ବିଭାଗ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ସେଠାରେ ଏହି ଟଙ୍କା ବିଷୟରେ ଜେରା କରିଥିଲେ ବିଭାଗୀୟ ଅଧିକାରୀ ।

ଆଇଟି ଅଧିକାରୀ ଡିଏନ ଗ୍ରୁପର ଅତିରିକ୍ତ ନିର୍ଦ୍ଦେଶକ ଗୁରୁପ୍ରୀତ ସିଂହଙ୍କୁ ପଚରା ଉଚରା କରୁଛନ୍ତି ।

Leave A Reply

Your email address will not be published.