Latest Odisha News

BREAKING NEWS

ଓଡିଶାର 43.52 ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ : ଓଡିଶାର 43.52 ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି । ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍‍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି । ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ ।ସୂଚନା ଅନୁଯାୟୀ ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ।

Leave A Reply

Your email address will not be published.