Latest Odisha News

BREAKING NEWS

ଭାରତର ଏହି ରାଜ୍ୟରେ ପ୍ରତିବର୍ଷ ମିଳୁଛି ୪୩ ଟନ୍ ରୂପା

ନୂଆଦିଲ୍ଲୀ: ଭାରତରେ ସୁନା ଓ ରୂପା ପରି ବହୁ ଖଣିଜ ପଦାର୍ଥ ଭରି ରହିଛି । ଯାହା ଆମ ଦେଶକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ହେଲେ ଆମ ଦେଶର କେଉଁ ରାଜ୍ୟରେ ରୂପାର ଉତ୍ପାଦନ ଅଧିକ ରହିଛି । ଯାହା ଗୋଟିଏ ବର୍ଷରେ ପ୍ରାୟ ୪୩ ଟନ୍ ରୂପା ସଂଗ୍ରହ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ରୂପାର ଉତ୍ପାଦନ କରାଯାଉଛି ।

BjdElectrycity

ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ , ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ରାଜ୍ୟରେ ରୂପାର ଉତ୍ପାଦନ ହୋଇଥାଏ । ଏହି ସବୁ ରାଜ୍ୟ ବିଭିନ୍ନ ସ୍ଥାନରେ ରୂପାର ଖଣି ଖାଦନ ରହିଛି । ରାଜସ୍ଥାନରେ ରୂପାର ଉତ୍ପାଦନ ଅଧିକ ରହିଛି । ଏଠାରେ ଗୋଟିଏ ବର୍ଷରେ ୪୩ ଟନ୍ ରୂପା ସଂଗ୍ରହ କରାଯାଇଥାଏ ।  ଯାହା ପୂରା ଭାରତ ବର୍ଷରେ ୫୬.୬ ପ୍ରତିଶତ ଭାଗ ରହିଛି ।

ସେହିପରି ରୂପା ଉତ୍ପାଦନରେ ସବୁଠାରୁ ବଡ଼ ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ । ଏଠି ପ୍ରତିବର୍ଷ  ୯ରୁ ୧୧.୫ ଟନ୍ ଉତ୍ପାଦନ କରାଯାଉଛି । ତୃତୀୟ ନମ୍ୱରରେ ରହିଛି ତେଲେଙ୍ଗାନା। ଏଠାରେ ୫ରୁ ୬ ଟନ୍ ଉତ୍ପାଦନ କରାଯାଉଛି । ଆମ ଦେଶରେ   ୭.୫ ପ୍ରତିଶତ ରୂପା ଉତ୍ପାଦନ କରାଯାଉଛି । ଏହି ତିନି ରାଜ୍ୟ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ରୂପା ଉତ୍ପାଦନ ଅଧିକ ରହିଛି । ଅନ୍ୟ ସବୁ ରାଜ୍ୟରେ ବି ରୂପାର ଉତ୍ପାଦନରେ ଦେଶର ସହେଯାଗ ରହିଛି । ଯାହା ଦେଶର ଅର୍ଥ ବ୍ୟବସ୍ଥାକୁ ଆଗକୁ  ବଢ଼ାଇବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.