Latest Odisha News

BREAKING NEWS

ଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ଵର: ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ପାଇଁ ୫ ବର୍ଷର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ଵାରା ଦିଆଯାଇଥିବା ଏହି ରିପୋର୍ଟ କାର୍ଡରେ ସଂସଦୀୟ କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶ କାର୍ଯ୍ୟ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ, ସଂସଦୀୟ କ୍ଷେତ୍ରରେ ଜନସମ୍ପର୍କ, ସଂସଦରେ ଅଂଶଗ୍ରହଣ, ପ୍ରମୁଖ ପ୍ରକଳ୍ପ, କରୋନା ସହ ଲଢେଇ ଏବଂ ଦଳୀୟ କାର୍ଯ୍ୟକ୍ରମ ବାବଦରେ ମଧ୍ୟ ଉଲ୍ଲେଖ ରହିଛି ।

ଗତ ୫ ବର୍ଷରେ ହୋଇଥିବା ମୋଟ ୧୪୩୧୭ ଗୋଟି ପ୍ରାପ୍ତ ଜନ ଅଭିଯୋଗରୁ ୧୨୫୯୮ ଅର୍ଥାତ୍ ୮୮ ପ୍ରତିଶତ ଅଭିଯୋଗର ପ୍ରତିକାର ବା ସମାଧାନ କରାଯାଇଛି । ବଞ୍ଚିତ ଜନସାଧାରଣଙ୍କୁ ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଗାଁ ଗହଳି, ବସ୍ତି ସହର ବାସିନ୍ଦା ମାନଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ସ୍ଥାପନ କରିଛି ଓ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଯୋଗ ଦେଇ ୩୦୦୦ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିଛି ।

ଏହି ଗତ ୫ ବର୍ଷ ମଧ୍ୟରେ ସଂସଦୀୟ କ୍ଷେତ୍ରରେ ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ସେହିପରି ଜଳ ଯୋଗାଣ ବ୍ୟବସ୍ଥାରେ ବିଭିନ୍ନ ମନ୍ଦିର, କ୍ଲବ୍, ଡାକ୍ତରଖାନା ତଥା ଛକ ଯାଗା ମାନଙ୍କରେ ୪୬୧ଟି ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୧୦୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତ୍ୟକ ବ୍ଲକର ପ୍ରତି ଘରକୁ ସୁରକ୍ଷିତ ନିର୍ମଳ ପାନୀୟ ଜଳ ଯୋଗଣା ବ୍ୟବସ୍ଥା କରାଯାଇଛି । ସେହିପରି ୩୨ଟି ସ୍ଥାନରେ ଗଭୀର ନଳକୂପର ବ୍ୟବସ୍ଥା କରାଯାଇଥିବା ବେଳେ ମେଣ୍ଢାଶାଳ ପଞ୍ଚାୟତର ଗିରିଙ୍ଗିପୁଟ ଓ କଣ୍ଟାବାଡ ପଞ୍ଚାୟତ ଭଗବତିପୁରର ୩୦୦ ଏକର ଚାଷ ଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ୫୦୮ କୋଟି ବ୍ୟୟରେ ୩୩ଟି VUP, ୧୦ଟି FO ଏବଂ ୪ଟି FOBର ବ୍ୟବସ୍ଥା କରାଯାଇଛି । ଏହାସହ NH୧୬ରେ CRRR ପାଇଁ କେନ୍ଦ୍ରର ଅନୁମୋଦନ ସହ ଖୋର୍ଦ୍ଦା ଟାଉନ୍ ବାଇପାସ୍ ନିର୍ମାଣରେ ବ୍ୟବସ୍ଥା କରାଯାଇଛି । ଚିକିତ୍ସ ନିମନ୍ତେ ଜନସାଧାରଣଙ୍କୁ ଅନେକ ପ୍ରକାରର ସହାୟତା ମଧ୍ୟ ଯୋଗାଇ ଦିଆ ଯାଇଛି । ୪୧ଟି ସ୍ଵାସ୍ଥ୍ୟ ଶିବିର, PMNRF,ଜନ ଔଷଧି କେନ୍ଦ୍ର, ଜଟଣୀରେ କ୍ୟାନ୍ସର ହସ୍ପିଟାଲ୍, ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ପ୍ରଦାନ ଆଦି ବ୍ୟବସ୍ଥା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

 

 

 

Leave A Reply

Your email address will not be published.