Latest Odisha News

BREAKING NEWS

ଓଡ଼ିଶାରେ ଖସୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୩୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନାର ଦୈନିକ ସଂକ୍ରମଣ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୩୩୯ ପଜିଟିଭ୍ ।

ସୂଚନା ଅନୁଯାୟୀ, କ୍ୱାରେଣ୍ଟାଇନରୁ ୨ ହଜାର ୪୭୫ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୮୬୪। ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ଆଉ ୪୮୦ ସଂକ୍ରମିତ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୯୬ ହଜାର ୭୯୯ ଆକ୍ରାନ୍ତ। ଏବେ ରାଜ୍ୟରେ ୫୫ ହଜାର ୯୨୩ଟି ଆକ୍ଟିଭ୍ କେସ୍ ରହିଛି।

Leave A Reply

Your email address will not be published.