Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲକୁ ଓହ୍ଲାଇବା ମାତ୍ରେ ଟିମ୍ ଇଣ୍ଡିଆ ରଚିବ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବା ମାତ୍ରେ ନୂତନ କୀର୍ତିମାନ ରଚିବ । ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ରେକର୍ଡ ସହ ସମକକ୍ଷ ହେବ । ଅଷ୍ଟ୍ରେଲିଆ ୧୦ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ୯ଥର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଅନ୍ୟ ଟିମଗୁଡିକ ମଧ୍ୟରେ ଇଂଲଣ୍ଡ (୮), ୱେଷ୍ଟଇଣ୍ଡିଜ (୮), ଶ୍ରୀଲଙ୍କା (୮), ପାକିସ୍ତାନ(୫), ନ୍ୟୁଜିଲାଣ୍ଡ(୪), ଦକ୍ଷିଣ ଆଫ୍ରିକା (୧) ।

ବିଜୟ ସମୀକରଣରେ ଅଷ୍ଟ୍ରେଲିଆ ୭ଥର ଟାଇଟଲ ଜିତିଛି । ଭାରତ (୪), ଇଂଲଣ୍ଡ(୧), ଶ୍ରୀଲଙ୍କା(୨), ୱେଷ୍ଟଇଣ୍ଡିଜ(୫), ପାକିସ୍ତାନ(୩), ନ୍ୟୁଜିଲାଣ୍ଡ(୧), ଦକ୍ଷିଣ ଆଫ୍ରିକା ଗୋଟିଏ ଥର ଲେଖାଁଏ ଚାମ୍ପିୟନ ହୋଇଛନ୍ତି ।

Leave A Reply

Your email address will not be published.