Latest Odisha News

କେରଳରେ ଫଶି ରହିଛନ୍ତି ୪୫ ଓଡିଆ ଶ୍ରମିକ

ଖୋର୍ଦ୍ଧା: ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ କେରଳରେ ଫଶି ରହିଛନ୍ତି ୪୫ ଜଣ ଓଡିଆ ଦିନ ମଜୁରିଆ । ଏମାନଙ୍କ ଘର ଖୋର୍ଦ୍ଧା, ବେଗୁନିଆ, ରଣପୁର ଅଂଚଳରେ ହୋଇଥିବା ବେଳେ ଗଲା ୮ ମାସ ହେଲା ଏମାନେ କେରଳର ଗୁଡିକୋଟ ଜିଲ୍ଲାର କୁଦିଆର ଜଙ୍କସନଠାରେ କାମ କରୁଥିଲେ । ଏବେ ଲକ୍ ଡାଉନ କାରଣରୁ ଏମାନଙ୍କର ଘରକୁ ଫେରିବା ସମ୍ଭବ ହେଉନି । ଏପରିକି ସେଠାରେ ମେସ୍ ମଧ୍ୟ ବନ୍ଦ ହୋଇଯାଇଥିବାରୁ ଖାଦ୍ୟ ମଧ୍ୟ ମିଳୁନାହିଁ । ସେମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.