Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ମଦ ନମିଳିବାରୁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ତ୍ରିସୁର: ଦେଶରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହୋଇଛି । ଏହା ମଧ୍ୟରେ ସମସ୍ତ ଅନାବଶ୍ୟକ ଦୋକାନ, ବଜାର, ମଦ ଦୋକାନ ଗୁଡିକୁ ବନ୍ଦ କରି ଦିଆଯାଇଛି । ଶୁକ୍ରବାର ଦିନ କେରଳର ତ୍ରିସୁରରେ ଜଣେ ବ୍ୟକ୍ତି ମଦ ଉପଲବ୍ଧ ନହେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ଶୁକ୍ରବାର ଦିନ ଉକ୍ତ ବ୍ୟକ୍ତିଙ୍କ ଶବ ମିଳିଛି ।

ଆମେ ଏଭଳି ଆଶ କରୁ । ସେଥିପାଇଁ ଆମେ ରାଜ୍ୟରେ ନିଶାମୁକ୍ତି କେନ୍ଦ୍ର ଖୋଲିଛୁ । ଏହା ଏକ ବଡ ସାମାଜିକ ପ୍ରସଙ୍ଗ ବୋଲି ତ୍ରିସୁରର ରାଜ୍ୟମନ୍ତ୍ରୀ ଏସି ମୋଇଦ୍ଦିନ କହିଛନ୍ତି । ସେ କହିଛନ୍ତି ଯେ, ୨୦୧୭ ମସିହା ପରେ ଏବେ ଦୀର୍ଘ ସମୟ ପାଇଁ ମଦ ଦୋକାନ ଓ ବାର ବନ୍ଦ ହୋଇଛି ।

Leave A Reply

Your email address will not be published.