ମୁମ୍ବାଇ: ଲକ ଡାଉନ ବେଳେ ଘରୁ ବାହାରି ପୋଲିସର ଲାଠି ମାଡ ଖାଇଲେ କମେଡିଆନ୍ ଗୁଥି ଓରଫ ସୁନୀଲ ଗ୍ରୋଭର । ତେବେ ଏକଥା ଆମେ କହୁନୁ । ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଥିବା ଦୁଇଟି ଫଟୋକୁ ଦେଖିଲେ ଏହା ଜଣାପଡୁଛି । ତାଙ୍କର ଏହି ଦୁଇ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୁନୀଲ ନିଜେ ଏହି ଦୁଇଟ ଫଟୋ ବା ମିମ୍କୁ ସେୟାର କରି ଭଗବାନଙ୍କ ପାଇଁ ଘରେ ରୁହନ୍ତୁ। କାରଣ ବାହାରକୁ ଆସିଲେ ପୋଲିସର ମାଡ ଖାଇବାକୁ ପଡ଼ିବ ବୋଲି କ୍ୟାପସନରେ ଲେଖିଛନ୍ତି । ସୁନୀଲ ନିଜର ଏହି ୨ଟି ମିମ୍ ଜରିଆରେ ଲୋକଙ୍କୁ ଘରେ ରହିବାକୁ ସଚେତନ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଘରେ ରହିବାକୁ ସମସ୍ତେ ବାଧ୍ୟ । ତେବେ ଅନେକ ଲୋକେ ଏହାକୁ ମାନୁ ନାହାନ୍ତି । ଯେଉଁମାନେ ଆବଶ୍ୟକ ନଥାଇ ଘରୁ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ ଚାର୍ଜ କରୁଛି ।
BREAKING NEWS
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ

Comments are closed.